ଛବି କଥା କହେ - ହାସ୍ୟମୟୀ ରାଜ୍





କଳାକାର ତୁମେ କଳାର ପୂଜାରୀ

ହାତ ତୁମ ଚମତ୍କାର

ଅତୁଳ ଅନନ୍ଯ ସୃଷ୍ଟି ତୁମରି

ଆଖି ଦେଖେ ବାର ବାର  ।।


ନିହାଣ ମୁନରେ ନିର୍ଜିବ ଦେହରେ

ସ୍ପନ୍ଦନ ତୋଳିପାର

ରଙ୍ଗ ବିଭବରେ ଭରିଦିଅ ପୁଣି

କମନୀୟ ଦେହ ତାର ।।


କାନ୍ ଭାସରେ କେବେ ଶିଳାପରେ

ଆଙ୍କ ଚିତ୍ର ଦୁନିଆର

ଚକିତ କରଇ  ବିଶ୍ବକୁ ତୁମେ 

ହେ ଭାବନାର ରୂପକାର


କୁହୁକ ତୁମର କର ପରଶରେ

ଗଢିପାର ଈଶ୍ବର

ରଚିପାର ପୁଣି ନନ୍ଦନ ବନ

ମର୍ତ୍ତ୍ୟରେ ସରଗ ପୁର  ।।


ବୟସ ତୁମଠି ମାନୁଥାଏ ହାର

ଆଖିରେ ଜ୍ଯୋତି ଅପାର

ଥର ଥର ହାତେ ଥକି ପଡନାହିଁ

ଯେଣୁ ତୁମେ କଳାକାର ।।


ଜୀବନ ପଥରେ ପ୍ରଭୁ ବିନାୟକ

ହୁଅନ୍ତୁ ସାହା ତୁମର

ମଣିଷ ହୋଇକି ଭଗବାନ ଗଢ

ପୂଣ୍ୟ କେତେ ଜନମର  ।।


ହାସ୍ୟମୟୀ ରାଜ୍

ଓରାଳି, ହାଟଡିହି, କେନ୍ଦୁଝର ।



Post a Comment

0 Comments